ବାଲିଗୁଡା,୧୧/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଳ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ–୨୦୨୬ ଚଳିତ ମାସ ୪ ତାରିଖରେ ଆରମ୍ଭ ହୋଇ ୧୧ ତାରିଖରେ ଉଦ୍ୟାପିତ ହୋଇଛି।ଫାଇନାଲ ମ୍ୟାଚ୍ରେ ଏଫ.ସି. ସମ୍ବଲପୁର ଓ ଜେ.ଡି. କ୍ଲବ ଫୁଲବାଣୀ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। କଟକଣା ମୁକାବିଲାରେ ଫୁଲବାଣୀ ଦଳ ୧–୦ ଗୋଲରେ ବିଜୟୀ ହୋଇ ଉପଖଣ୍ଡ କ୍ରୀଡା ସଂଘ କପ ହାସଲ କରିଥିଲା।ଏହି ଅବସରରେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, କ.ନୂଆଗାଁ ବ୍ଲକର ବିଜେପି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ଜେ.ଡି. କ୍ଲବର ପ୍ରତିଷ୍ଠାତା ଜଳନ୍ଧର ବେହେରା, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟନାରାୟଣ ପାଢ଼ୀ ଓ ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ










ରହି ଦୀପ ପ୍ରଜ୍ଜ୍ୱଳନ କରି ଖେଳକୁ ଶୁଭାରମ୍ଭ କରିଥିଲେ।ପ୍ରତିଯୋଗିତାରେ ଜେ.ଡି. କ୍ଲବର ଜିତୁ ମୁଦୁଲି ଶ୍ରେଷ୍ଠ ସ୍କୋରର, ରବି ଶ୍ରେଷ୍ଠ ଗୋଲକିପର, ଅଭି ମୁଦୁଲି ଶ୍ରେଷ୍ଠ ରକ୍ଷଣ ଖେଳାଳି ଓ ରଞ୍ଜନ କୁମାର ମହାନ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।ବିଜେତା ଫୁଲବାଣୀ ଦଳକୁ ୩୧,୦୦୧ ଟଙ୍କା ଓ ଟ୍ରଫି, ଉପବିଜେତା ସମ୍ବଲପୁର ଦଳକୁ ୨୫,୦୦୧ ଟଙ୍କା ସହ ଟ୍ରଫି ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା।ଫାଇନାଲ ମ୍ୟାଚ୍କୁ ମୁଖ୍ୟ ରେଫେରୀ ଭାବେ ଜିତେନ୍ଦ୍ର ପ୍ରସାଦ ସ୍ୱାଇଁ ଦାୟିତ୍ୱ ପାଳନ କରିଥିବାବେଳେ କାମାକ୍ଷା ପ୍ରସାଦ ପ୍ରଧାନ ଓ ସୁନିଲ କୁମାର ବେହେରା ସହଯୋଗ କରିଥିଲେ।ଉପଦେଷ୍ଟା ମଣ୍ଡଳୀର ଦେବବ୍ରତ ସିଂଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୁଜିତ କୁମାର ପାଳ, ଏ. ଶ୍ରୀନିବାସ ଦୋରା ଓ ଅନ୍ୟାନ୍ୟ ସଦସ୍ୟମାନେ ଖେଳର ସଫଳ ପରିଚାଳନାରେ ସହଯୋଗ କରିଥିଲେ।