ବାଲିଗୁଡା: ୦୩/୧୧ (ସୁକାନ୍ତ କୁମାର ତ୍ରିପାଠୀ ) ବାଲିଗୁଡ଼ା ଅଞ୍ଚଳରେ ପୁଣି ଥରେ ଶୀତର ଲହରୀ ଆରମ୍ଭହୋଇଯାଇଛି।ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ l ଚାରିଆଡେ କୋହଲା ପାଗ, କନ୍ଧମାଳକୁ ପୁଣି ଫେରିଛି ଶୀତ l ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ବେଲଘର ଲୁଦୁ ଜଳପ୍ରପାତ,ସାପ ନଳା,ମଣ୍ଡା ସୁରର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖୁବାକୁ ପର୍ଯ୍ୟଟକଙ୍କ ନୂତନ ବର୍ଷ ଆରମ୍ଭରୁ ସୂଅ ଛୁଟିଲାଣି l ଧରେ ଧୂରେ ପାହାନ୍ତିଆରେ ଶୀତ ପଢ଼ିବା ସହ କାକର ପଡ଼ୁଛି l ଅନ୍ୟ ଜିଲା ଅପେକ୍ଷା ଦାରିଙ୍ଗବାଡ଼ିକୁ ପ୍ରଥମ ଥର ପସନ୍ଦ କରିଥାନ୍ତି ପର୍ଯ୍ୟଟକ l କୋହଲା ପାଗ ସମୟରେ ପର୍ଯ୍ୟଟକ ମାନେ ବୁଲିବାକୁ ଅଧିକ ପସନ୍ଦ କରୁଥିବା ର ଦେଖିବାକୁ ମିଳିଛି l ଦାରିଙ୍ଗବାଡ଼ି ର କଫି ବଗିଚା ସମେତ ଡୁଲୁରୀ ପାଇନ ବଣ,ଜଳପ୍ରପାତ, ପାଙ୍ଗାଲି ରେନବୋ ଜଳପ୍ରପାତ, କିରିକୁଟିର ଲଭର୍ସ ପଏଣ୍ଟ, କି ସୁବାଡ଼ି ଜଳପ୍ରପାତ, ଋଷିମାଳ, ହିଲଭିୟୁ ଓ ପ୍ରକୃତି ଉଦ୍ୟାନ ସମେତ ଶାନ୍ତି ଉପତ୍ୟକା ଆଦି ପର୍ଯ୍ୟଟକ ବୁଲି ମଳା ନେଉଛନ୍ତି l ସେହି ପରି ବିଭିନ୍ନ ସ୍ଥାନରେ ପରିବାର ସହ ବଣଭୋଜି କରି ମଜାନେଉଛନ୍ତି l ପର୍ଯ୍ୟଟକଙ୍କ ଆଗମନ କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ମଧ୍ୟ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଯାଗାଇଦେବାକୁ ପ୍ରୟାସ ଜୋରଦାର କରିଛି lବାଲି ଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ତତ୍ତ୍ଵାବଧାନରେ ବାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବନ୍ଧୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷର ସେଠା, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ, ଏପିଓ କେଦାର ଚନ୍ଦ୍ର ପଣ୍ଡା ଓ ଅନ୍ୟ ଅଧୁକାରୀମାନେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି lକିରିକୁଟି ଲଭର୍ସ ପଏଣ୍ଟରେ ଏକ ଉଚ୍ଚ ବିଶିଷ୍ଟ ୱାଚ୍ ଟାଡ଼ର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପରିସର ମଧ୍ୟରେ ମଧ୍ୟ ଉଚ୍ଚ କ୍ଷମତା ଓ ଟୁ,ଷ୍ଟାର ୱାଚ୍ ଟାୱାର ନିର୍ମାଣ କାର୍ଯ୍ୟ ଜୋରଦାର ଚାକି ଥୁ ବା ଜଣାପ ଛି l ସେହିପରି କଫି ବଗିଚାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରଦାର ଚାଲିଥିବା ଜଣାପଡ଼ିଛି l