ବରିଷ୍ଠ ନାଗରିକ ଙ୍କ ସ୍ବାସ୍ଥ୍ୟ ଚିକିତ୍ସା ଶିବିର

ବାଲିଗୁଡା,୦୨/୧୧(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସଂଘର ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଆକ୍ସିସ ବ୍ୟାଙ୍କ ଶାଖା ପରିଚାଳକ ଆଦିତ୍ୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ଡକ୍ଟର ବିକ୍ରମ ରଥ, ଆୟନ୍ ପାଲ, ଯୋଗୀ ରୁଦ୍ର ଭୈରବ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l କୋଷାଧ୍ୟକ୍ଷ ପ୍ରହ୍ଲାଦ ପ୍ରସାଦ ଲେଙ୍କା , ସଂପାଦକ ମନ୍ମଥ କୁମାର ରାଉଳ, ସିମାଞ୍ଚଳ ଆଚାର୍ଯ୍ୟ, ମଧୁସୂଦନ ମହାପାତ୍ର, ରାଜକିଶୋର ସାହୁ ପ୍ରମୁଖ ପରିଚାଳନା କରିଥିଲେ lଏହି ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ୧୨୧ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ମଧ୍ୟ ବିତରଣ କରାଯାଇଥିଲା l

You might also like
error: Content is protected !!