ଆଦିବାସୀ ମହାବିଦ୍ଯାଳୟରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା


ବାଲିଗୁଡା,୦୧/୧୧(ସୁକାନ୍ତ କୁମାର ତ୍ରିପାଠୀ)
ବାଲିଗୁଡା ଆଜି ମଧ୍ଯାହ୍ନରେ ଆଦିବାସୀ ମହାବିଦ୍ଯାଳୟ ଛାତ୍ରଛାତ୍ରୀଂକ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଭାରପ୍ରାପ୍ତ ଅଧ୍ଯକ୍ଷ ଡ ବିଭୂତିଭୂଷଣ ଆତାର୍ଯ୍ଯ ଯୁବ ରେଡକ୍ରସ୍ କାଉନ୍ସେଲର ମାନସରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ଅରୁଂଧତୀ ପ୍ରଧାନ, ଅଧ୍ଯାପକ ଅବିନାଶ ମହାପାତ୍ର ପଦଯାତ୍ରରେ ସାମିଲ୍ ହୋଇଥିଲେ l ମହାବିଦ୍ଯାଳୟରୁ ବାହାରି ବସଷ୍ଟାଣ୍ଡ ଯାଇ ସ୍ଲୋଗାନ୍ ଦେଇ ଫେରିଥିଲେ l ଏଥିରେ ୫୦୦ରୁ ଊର୍ଧ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଦୁର୍ନୀତିମୁକ୍ତ ସମାଜ ଗଠନ ସକାଶେ ଆହ୍ୱାନ ଓ ନାରା ତେଇଥିଲେ l

You might also like
error: Content is protected !!