ବାଲିଗୁଡା:୩୦ /୧୦ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ସ୍ଥାନୀୟ ଆଦିବାସୀ ମହୀବିଦ୍ଯାଳୟରେ ଆଜି ଅଧ୍ଯକ୍ଷ ଲକ୍ଷ୍ମଣ ପାଳଂଜ ସଭାପତିତ୍ୱରେ ଏକତା ଦିବସ ପାଳିତ ହୋଇଯାଇଛି lଏହି ସଭାରେ ଉପଖଂଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ରପ୍ରସାଦ ମୁଖ୍ଯ ଅତିଥି ଭାବେ ଉପସ୍ଥିତ ଛାତ୍ରଛାତ୍ରୀଂକୁ ଜାତୀୟ ଏକତା ବଜାୟ ରଖିବା ଜରୁରୀ ବୋଲି ନିଜ ବକ୍ତବ୍ଯରେ କହିଥିଲେ lଅଧ୍ଯାପକ ନୀଳାଚଳ ମହାରଣା ଅତିଥି ପରିଚୟ ଦେଇଥିବା ବେଳେ ଡ ବିଭୂତିଭୂଷଣ ଆଚାର୍ଯ୍ଯ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ
ପଟେଲ୍ଂକ ଜୀବନୀ ସଂପର୍କରେ ସାରଗର୍ଭକ ଭାଷଣ ଦେଇଥିଲେ lଅଧ୍ଯାପକ ସରୋଜକୁମାର ପାଠୀ ଧନ୍ଯବାଦ ଅର୍ପଣ କରିଥିଲେ lଇଂରାଜୀ ପ୍ରବଂଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଂକୁ ନଗଦ ଅର୍ଥ ରାଶି ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ lମହାବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଏବଂ ଅଣ ଶିକ୍ଷକ କର୍ମଚାରୀ ମଧ୍ଯ ଊପସ୍ଥିତ ଥିଲେ l
