କ.ନୂଆଗାଁ ବ୍ଲକ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମୂଲ୍ୟାୟନ

ବାଲିଗୁଡା: ୨୭/୧୦ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ର କ.ନୂଆଗାଁ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମଲିକ, ଗୋଷ୍ଠୀ ଶିକ୍ଷା ସାଧନକେନ୍ଦ୍ର ସଂଯୋଜକ ଶ୍ରୀ ଚୈତନ୍ୟ କହଁର ଓ ଗୋଷ୍ଠୀ ସହଶିକ୍ଷାଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ହରିହର ମଲିକ ଙ୍କ ତତ୍ତ୍ୱାବଧାନରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ର ମୂଲ୍ୟାୟନ କାର୍ଯ୍ୟ ହୋଇଯାଇଛି ।ଏଥିରେ ବ୍ଲକ ର ୧୧ ଟି କ୍ଲଷ୍ଟର ରେ ୩୦ଟି ମୂଲ୍ୟାୟନ କେନ୍ଦ୍ରରେ ୬୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏହାର ସୁ ପରିଚାଳନା ନିମନ୍ତେ ୧୧ଟି କ୍ଲଷ୍ଟର ର ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଙ୍କ ସମେତ ନ୍ୟୁ ଇଣ୍ଡିଆ ଲିଟରସି ର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁ ଏବଂ ସାଧନ କର୍ମୀ ତଥା ପୂର୍ବତନ ବ୍ଲକ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାଶ, ଙ୍କୁ ନେଇ ୩ ଟି ନିରିକ୍ଷକ ଦଳ ଗଠନ କରଯାଇଥିଲା । ଏହି ଦଳ

କ.ନୂଆଗାଁ ବ୍ଲକ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମୂଲ୍ୟାୟନକ.ନୂଆଗାଁ ବ୍ଲକ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମୂଲ୍ୟାୟନକ.ନୂଆଗାଁ ବ୍ଲକ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମୂଲ୍ୟାୟନ

ପରୀକ୍ଷାକେନ୍ଦ୍ର ଗୁଡିକୁ ବୁଲି ପ୍ରତ୍ୟକ୍ଷ ତଦାରଖ କରିଥିଲେ। ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ଠିକ୍ ଭାବରେ ପରୀକ୍ଷା କାର୍ଯ୍ୟ ସମାପନ କରାଇ ଥିବାରୁ ସମସ୍ତ କେନ୍ଦ୍ର ପରିଚାଳକ/ପ୍ରଧାନ ଶିକ୍ଷକ, ସହ ପରିଚାଳକ/ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଶିକ୍ଷା ସ୍ଵେଚ୍ଛାସେବୀ ( ଭି॰ ଟି॰ ) ମାନଙ୍କୁ ସେମାନଙ୍କ ସ୍ଵେଚ୍ଛାକୃତ୍ତ ଶିକ୍ଷଣ କାର୍ଯ୍ୟ ପାଇଁ କାର୍ଜ୍ୟାଳୟ ତରଫରୁ ସାଧୁବାଦ ଜଣା ଯାଇଛି । ସମସ୍ତ ଶିକ୍ଷା ସ୍ଵେଚ୍ଛାସେବୀ ( ଭି॰ ଟି॰ ) ଓ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ଆସନ୍ତା ଦିନରେ ଧାର୍ଯ୍ୟ ହୋଇଥିବା ‘ଉଲ୍ଲାସ’ ର ସଫଳ ରୂପାୟନ ପାଇଁ ‘ଜନଜନ ସାକ୍ଷର’ କାର୍ଯ୍ୟକ୍ରମରେ ଏହି ବ୍ଲକ ଅନ୍ତର୍ଗତ ୬୦୦୦ ନିରକ୍ଷରଙ୍କୁ କିପରି ସହଯୋଗ ଭିତିରେ ସାକ୍ଷର କରାଯିବ ତାର ଯୋଜନା କରଯାଇଅଛି ।

You might also like
error: Content is protected !!