ବାଲିଗୁଡା: ୨୬/୧୦ (ସୁକାନ୍ତ କୁମାର ତ୍ରିପାଠୀ )ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ବିପଦର ବନ୍ଧୁ ବାଲିଗୁଡା ସ୍ବେଛାସେବୀ ଅନୁଷ୍ଠାନ ଦ୍ଵାରା ମାସର ପ୍ରତ୍ୟେକ ଶେଷ ରବିବାର ରାତିରେ ଯାତ୍ରୀ ଓ ଅନ୍ୟ ମାନଙ୍କୁ ଦେୟମୁକ୍ତ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏହି ଦେୟମୁକ୍ତ ଖାଦ୍ୟ ବଣ୍ଟନ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଦିଆଯିବା ପାଇଁ ଏହି ଅନୁଷ୍ଠାନ ଧାର୍ଯ୍ୟ କରିଛି କାରଣ ଶେଷ ରବିବାର ଦିନ




ବାଲିଗୁଡା ବସଷ୍ଟାଣ୍ଡ ର ସବୁ ଦୋକାନ ବଜାର ବନ୍ଦ ରହୁ ଥିବାରୁ ଏହାକୁ ଆଖି ଆଗରେ ରଖି ଯେଭଳି ଯାତ୍ରୀ ମାନେ କେହି ଭୋକ ଉପବାସରେ ନରହିବେ ଓ ଅସୁବିଧାର ସମ୍ମୁଖୀନ ନ ହେବେ ଏଥି ନିମନ୍ତେ ଏହାର ଆୟୋଜନ କରାଯାଇଛି। ବସଷ୍ଟାଣ୍ଡ ରେ ଲାଗୁଥିବା ସମସ୍ତ ବସ କୁ ଯାଇ ଏହି ସଂଘ ର ସଦସ୍ୟ ମାନେ ସବୁ ଯାତ୍ରୀ ଙ୍କୁ ଡାକି ଡାକି ଖାଇବାକୁ ଦେବାର ଦେଖିବାକୁ ମିଳିଛି।