ଛତିଶିତମ ଗିରୀ ଗୋବର୍ଦ୍ଧନ ଯାତ୍ରା ଅନୁଷ୍ଠିତ

ବାଲିଗୁଡା:୨୩ /୧୦ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରୁଭଟ୍ଟା ଗାଁ ରେ 36 ତମ ଗୀରି ଗୋବର୍ଦ୍ଧନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି, ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଗୋବର୍ଦ୍ଧନ ଙ୍କ ପୁଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମ୍ ଧାମରେ ଅନୁଷ୍ଠିତ ହୋଇ ଯାଇଛି l ଗିରି ଗୋବର୍ଦ୍ଧନ ପୂଜା କମିଟି ର ସଭାପତି କାର୍ତ୍ତିକ କହଁର ସମ୍ପାଦକ ରାଜୀବ ପାତ୍ର, କୋଷାଧ୍ୟକ୍ଷ ସୁଗ୍ରୀବ ରାଉତ, ଉପଦେଷ୍ଠା ଶିବରାମ ପାତ୍ର, ଉମା ଚରଣ କହଁର ସଂଯୋଜକ ଅଶୋକ ବାଘ ଙ୍କ ନେତୃତ୍ବ ରେ ଶାନ୍ତି ଶୃଙ୍ଖଳା ର ସହିତ ଯାତ୍ରା ସମାପନ ହୋଇଯାଇଛି, ସିର୍ତ୍ତିଗୁଦା ଶ୍ରୀ ଚୈତନ୍ୟ ନାଟକ ସଂଘ ପକ୍ଷରୁ ସମ୍ପୂର୍ଣ୍ଣ ରାମାୟଣ ନାଟକ ପରିବେଷଣ କରାଯାଇଥିଲା, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ

ଛତିଶିତମ ଗିରୀ ଗୋବର୍ଦ୍ଧନ ଯାତ୍ରା ଅନୁଷ୍ଠିତଛତିଶିତମ ଗିରୀ ଗୋବର୍ଦ୍ଧନ ଯାତ୍ରା ଅନୁଷ୍ଠିତ

ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଭାଜପା ଜିଲ୍ଲା ସଭାପତି ପଣ୍ତିତ ବିଶିମାଝୀ, ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀନୀ କଳ୍ପନା କହିଁର, ବାଲିଗୁଡା ନଗର ସଭାପତି ମନୋଜ କୁମାର ରଥ, ଖମନଖୋଲ ସରପଞ୍ଚ ଚାନ୍ଦୁଲାଲ ମଳିକ, କୁଡୁତୁଲି ସରପଞ୍ଚ ଶ୍ରୀ ଚନ୍ଦ୍ର ମଳିକ, ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ଅଞ୍ଚଳ ର ବରିଷ୍ଠ ନାଗରିକ ପ୍ରମୁଖ ମଞ୍ଚାଷୀନ ଥିଲେ, ଜିଲ୍ଲା ଭାଜପା ସଭାପତି ପଣ୍ତିତ ବିଶୀମଝି ଙ୍କ କରକମଳ ରେ ନାଟକ ଶୁଭ ଉଦ୍ ଘାଟନ ହୋଇଥିଲା, ପରୁଭଟ୍ଟା ଗାଁ ର ସମସ୍ତ ଯୁବଗୋଷ୍ଠୀ, ଗ୍ରାମବାସୀ ଯାତ୍ରା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

You might also like
error: Content is protected !!