ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବା ଉପଲବ୍ଧତାକୁ କିପରି ପରିବର୍ତ୍ତନ କରିପାରିଛି ସେ ବିଷୟରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, 05/07/25 ପିଆଇବି :-ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ କିପରି ପରିବର୍ତ୍ତନ କରିପାରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଲେଖା ଶେୟାର କରିଛନ୍ତି । ଏହି ଯୋଜନା ବ୍ୟାଙ୍କ ସେବାକୁ ଉପଯୋଗ କରୁଥିବା ଏବଂ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି । ଏଥିସହ ଏହା ସମ୍ମାନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସମାବେଶୀକୁ ପ୍ରୋତ୍ସାହିତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।ପିଏମ୍‌ଓ ଇଣ୍ଡିଆ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି;“ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅତି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ ପରିବର୍ତ୍ତନ କରିଛି । ଏହି ଯୋଜନା ବ୍ୟାଙ୍କରେ ଖାତା ଥିବା ଏବଂ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ସହ ସମ୍ମାନ, ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସମାବେଶୀକୁ ପ୍ରୋତ୍ସାହିତ କରିଛି ।ହିମାନି ସୁଦ୍‌ଙ୍କ ଦ୍ୱାରା ଲିଖିତ ଏହି ଅନ୍ତଦୃଷ୍ଟିପୂର୍ଣ୍ଣ ଲେଖାକୁ ନିଶ୍ଚୟ ପଢ଼ନ୍ତୁ ।”

Smart Computer Ad
You might also like
error: Content is protected !!