ପ୍ରଧାନମନ୍ତ୍ରୀ ରାଜସ୍ଥାନର ଝଲୱାର ସ୍କୁଲ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ରାଜସ୍ଥାନ, 25/07 ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝଲୱାର ସ୍କୁଲ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । “ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା” ଶ୍ରୀ ମୋଦୀ କହିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି :“ରାଜସ୍ଥାନର ଝଲୱାରୀ ସ୍କୁଲରେ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଘଟଣା । ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତଙ୍କୁ କର୍ତ୍ତୃପକ୍ଷ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି: ପ୍ରଧାନମନ୍ତ୍ରୀ @narendramodi”

You might also like
error: Content is protected !!