ନୂଆଦିଲ୍ଲୀରେ ଭାରତୀୟ ଭାଷା ଅନୁଭାଗ (ଭାରତୀୟ ଭାଷା ବିଭାଗ) ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ଭୁବନେଶ୍ୱର,(ପିଆଇବି):-

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଭାରତୀୟ ଭାଷା ଅନୁଭାଗ (ଭାରତୀୟ ଭାଷା ବିଭାଗ) ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଏବଂ ସରକାରୀ ଭାଷା ସଚିବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଭାଷା ଅନୁଭାଗ (ଭାରତୀୟ ଭାଷା ବିଭାଗ) ପ୍ରତିଷ୍ଠା ହେବା ସହିତ ସରକାରୀ ଭାଷା ବିଭାଗ ଏବେ ଏକ ସମ୍ପୂର୍ଣ୍ଣ ବିଭାଗରେ ପରିଣତ ହୋଇଛି। ସେ କହିଥିଲେ ଯେ ପ୍ରଶାସନକୁ ବିଦେଶୀ ଭାଷାର ପ୍ରଭାବରୁ ମୁକ୍ତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସେ କହିଥିଲେ ଯେ ଆମର ସମ୍ଭାବନାର ସମ୍ପୂର୍ଣ୍ଣ ଉପଯୋଗ ସେତେବେଳେ ହୋଇପାରିବ ଯେତେବେଳେ ଆମର ଚିନ୍ତାଧାରା, ବିଶ୍ଳେଷଣ ଏବଂ ନିଷ୍ପତ୍ତି ନେବାର ପ୍ରକ୍ରିୟା ଆମ ମାତୃଭାଷାରେ ହେବ। ଶ୍ରୀ ଶାହା କହିଥିଲେ ଯେ ଦେଶର ସମସ୍ତ ସ୍ଥାନୀୟ ଭାଷାକୁ ସୁଦୃଢ଼ କରିବା ଦ୍ୱାରା ହିଁ ଆମେ ଭାରତକୁ ଏହାର ଚିରନ୍ତନ ଗୌରବମୟ ସ୍ଥିତିକୁ ନେଇପାରିବା।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆମର ପ୍ରତ୍ୟେକ ଭାଷା ଅନ୍ୟ ଭାଷା ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇ ରହିଛି ଏବଂ ସମସ୍ତ ଭାଷାର ବିକାଶ ପରସ୍ପର ବିନା ସମ୍ଭବ ନୁହେଁ। ସେ କହିଥିଲେ ଯେ ଆମର ସମସ୍ତ ଭାଷା ନଦୀ ସଦୃଶ ଏକତ୍ର ହୋଇ ଭାରତୀୟ ସଂସ୍କୃତିର ଗଙ୍ଗା ଗଠନ କରିଛନ୍ତି। ସେ କହିଥିଲେ ଯେ ଭାରତୀୟ ଭାଷାଗୁଡ଼ିକ ହେଉଛି ଆମ ସଂସ୍କୃତିର ଆତ୍ମା ଏବଂ ଆମ ସଂସ୍କୃତି ହେଉଛି ଭାରତର ଆତ୍ମା। ଶ୍ରୀ ଅମିତ ଶାହ କହିଥିଲେ ଯେ ଏହି ବିଭାଗ ଭାରତର ଭାଷାଗତ ବିବିଧତାକୁ ସାମିଲ କରି ସମସ୍ତ ଭାଷାକୁ ଏକ ସୁଦୃଢ଼ ଏବଂ ସଙ୍ଗଠିତ ମଞ୍ଚ ପ୍ରଦାନ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଭାଷାର ଉତ୍ସାହସମୃଦ୍ଧି ଏବଂ ସମ୍ବେଦନଶୀଳତାକୁ ହ୍ରାସ ନକରି ଜ୍ଞାନକୌଶଳର ବ୍ୟବହାର କରାଯିବା ଉଚିତ। ସେ କହିଥିଲେ ଯେ ଆମ ଉପରେ ଇଂରାଜୀ ଚାପ ପ୍ରୟୋଗ ବିରୋଧରେ ଲଢ଼େଇରେ ଆମେ ନିଶ୍ଚିତ ଭାବେ ବିଜୟୀ ହେବୁ

You might also like
error: Content is protected !!