ଭୁବନେଶ୍ୱର,(ପିଆଇବି):-
ବିଶ୍ୱ ପରିବେଶ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଏକ ସିନ୍ଦୁର ଚାରା ରୋପଣ କରିଛନ୍ତି । ଏହି ଚାରା ତାଙ୍କୁ ଗୁଜୁରାଟର କଚ୍ଛର ସାହସୀ ମା’ ଏବଂ ଭଉଣୀମାନେ ଉପହାର ଦେଇଥିଲେ, ଯେଉଁମାନେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିଲେ ।
ନିକଟରେ ତାଙ୍କର ଗୁଜରାଟ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ଚାରାର ଉପହାର ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ଦୃଢ଼ ପ୍ରତୀକ ହୋଇ ରହିବ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“୧୯୭୧ ଯୁଦ୍ଧରେ ସାହସ ଏବଂ ପରାକ୍ରମର ଚମତ୍କାର ପରାକାଷ୍ଠା ପ୍ରଦର୍ଶନ କରିଥିବା କଚ୍ଛର ବୀରାଙ୍ଗନା ମାତା ଏବଂ ଭଉଣୀମାନେ ନିକଟରେ ଗୁଜରାଟ ଗସ୍ତ ସମୟରେ ମୋତେ ସିନ୍ଦୁର ଚାରା ଉପହାର ଦେଇଥିଲେ । ବିଶ୍ୱ ପରିବେଶ ଦିବସରେ ଆଜି ମୋତେ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ବାସଭବନରେ ଏହି ଚାରାକୁ ରୋପଣ କରିବାର ସୌଭାଗ୍ୟ ମିଳିଛି । ଏହି ଚାରା ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ସଶକ୍ତ ପ୍ରତୀକ ହୋଇ ରହିବ