ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ଭୁବନେଶ୍ୱର,(ପି.ଆଇ.ବି);- 

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇବି), ସେନା ମୁଖ୍ୟ, ଜିଓସି-ଇନ୍-ସି (ଉତ୍ତର କମାଣ୍ଡ), ଜାମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଏବଂ ଡିଜିପି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଆତଙ୍କବାଦ ସମ୍ବନ୍ଧୀୟ ଘଟଣା, ଅନୁପ୍ରବେଶ ଏବଂ ଆତଙ୍କବାଦୀ ସଂଗଠନରେ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଉଲ୍ଲେଖନୀୟ ହ୍ରାସ ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ସେ ଦୋହରାଇଥିଲେ। ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ କାରଣରୁ ଜାମ୍ମୁ-କାଶ୍ମୀରରେ ଆମ ଦେଶ ବିରୋଧୀ ଶକ୍ତିମାନଙ୍କ ଦ୍ୱାରା ପୋଷିତ ସମଗ୍ର ଆତଙ୍କୀ ଇକୋ-ସିଷ୍ଟମ ପଙ୍ଗୁ ହୋଇଯାଇଛି।

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମନ୍ୱିତ ଆଭିମୁଖ୍ୟ ସହିତ ପ୍ରୟାସ ଜାରି ରଖିବାକୁ ଶ୍ରୀ ଅମିତ ଶାହ ସମସ୍ତ ସୁରକ୍ଷା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିବା ଯୋଜନା ଏବଂ ଶୂନ୍ୟ ଆତଙ୍କୀ ଯୋଜନାର କାର୍ଯ୍ୟକାରିତା ମିଶନ ମୋଡରେ ନିଶ୍ଚିତ ହେବା ଆବଶ୍ୟକ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସମସ୍ତ ସଂସ୍ଥା ସମନ୍ୱିତ ଭାବେ କାର୍ଯ୍ୟ ଜାରି ରଖିବା ଉଚିତ, ଯାହାଦ୍ୱାରା କେନ୍ଦ୍ର ଶାସିତ ଅଞ୍ଚଳରେ ଧାରା ୩୭୦ ଉଚ୍ଛେଦ ପରେ ମିଳିଥିବା ଲାଭକୁ ବଜାୟ ରଖାଯାଇପାରିବ ଏବଂ ‘ଆତଙ୍କ ମୁକ୍ତ ଜମ୍ମୁ ଓ କଶ୍ମୀର” ର ଲକ୍ଷ୍ୟ ଯଥାଶୀଘ୍ର ହାସଲ କରାଯାଇପାରିବ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଯୋଗାଇ ଦେଉଛନ୍ତି।

ଚଳିତ ବର୍ଷ ଜୁଲାଇ ୩ ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରସ୍ତୁତିର ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସମୀକ୍ଷା କରିଥିଲେ ଏବଂ ପବିତ୍ର ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

You might also like
error: Content is protected !!