ଛତିଶଗଡ଼ର ବିଜାପୁରରେ ୫୦ ଜଣ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ମୁଖ୍ୟଧାରାକୁ ସ୍ୱାଗତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ଭୁବନେଶ୍ୱର,(ପି.ଆଇ.ବି):-

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ବିଜାପୁରରେ ୫୦ ଜଣ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ସ୍ୱାଗତ କରିଛନ୍ତି। ଯେଉଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରୁଛନ୍ତି, ସେମାନଙ୍କ ଥଇଥାନ ଏବଂ ବିକାଶ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଗୁରୁତ୍ୱାରୋପ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । ଅନ୍ୟ ନକ୍ସଲମାନଙ୍କୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଅନୁରୋଧ କରିଥିଲେ। ଶ୍ରୀ ଶାହ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ କହିଥିଲେ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପରେ ଏହା ଦେଶରେ ଇତିହାସ ପାଲଟିବ।

ଗୋଟିଏ ଏକ୍ସ ପୋଷ୍ଟରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ‘‘ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ବିଜାପୁର (ଛତିଶଗଡ଼) ରେ ୫୦ ଜଣ ନକ୍ସଲ ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ହିଂସା ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ବିକାଶର ମୁଖ୍ୟଧାରାରେ ଯୋଗ ଦେଉଛନ୍ତି, ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ଯେଉଁ ନକ୍ସଲ ଅସ୍ତ୍ରଶସ୍ତ୍ର ଛାଡି ବିକାଶର ପଥ ଗ୍ରହଣ କରିବେ, ସେମାନଙ୍କର ଥଇଥାନ କରିବା ଏବଂ ମୁଖ୍ୟସ୍ରୋତ ସହିତ ଯୋଡ଼ିବାକୁ ମୋଦୀଜୀଙ୍କର ସ୍ପଷ୍ଟ ନୀତି ରହିଛି । ମୁଁ ପୁଣି ଥରେ ଅନ୍ୟ ନକ୍ସଲମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟଧାରାରେ ଯୋଗଦେବାକୁ ନିବେଦନ କରୁଛି। ୩୧ ମାର୍ଚ୍ଚ ୨୦୨୬ ପରେ ଦେଶରେ ନକ୍ସଲବାଦ ଇତିହାସ ପାଲଟିବ, ଏହା ଆମର ସଂକଳ୍ପ।’

You might also like
error: Content is protected !!