ମାଘୀ ପୂର୍ଣ୍ଣିମାରେ ପବିତ୍ର ବୁଡ଼ ପକାଇବା ପରେ ବିନା ବିଳମ୍ବରେ ଶ୍ରଦ୍ଧାଳୁଙ୍କ ଘରକୁ ଫେରାଇ ନେବା ଲାଗି ଦିନରାତି କାମ କରୁଛି ଭାରତୀୟ ରେଳବାଇ: ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳବୋର୍ଡ ସିଇଓ ତଥା ସିଆରବି ଶ୍ରୀ ସତୀଶ କୁମାର ଆଜି ରେଳ ଭବନରେ ଥିବା ୱାର ରୁମରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ଭିଡ଼ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ତ ଦିଗରେ ତୀର୍ଥଯାତ୍ରୀଙ୍କ ପାଇଁ ଟ୍ରେନ୍ ଉପଲବ୍ଧ ହେବା ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରୀ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କହିଛନ୍ତି, ଯାତ୍ରୀଙ୍କ ଭିଡ଼କୁ ହ୍ରାସ କରିବା ପାଇଁ ପ୍ରୟାଗରାଜ ଡିଭିଜନକୁ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ହୋଲ୍ଡିଂ ଅଞ୍ଚଳରେ ଯାତ୍ରୀଙ୍କୁ ଆରାମଦାୟକ ସେବା ସୁନିଶ୍ଚିତ କରାଯାଇଛି।ମହାକୁମ୍ଭ ରେଳବାଇ ସୂଚନା ବୁଲେଟିନ ଅନୁଯାୟୀ, ଆଜି (୧୨ ଫେବୃଆରୀ ୨୦୨୫) ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରୀଙ୍କ ସୁବିଧା ପାଇଁ ୨୨୫ଟି ଟ୍ରେନ୍ ଚଳାଚଳ କରିଛି । ଯେଉଁଥିରେ ୧୨ ଲକ୍ଷ ୪୬ ହଜାରରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି । ମଙ୍ଗଳବାର, ୧୧ ଫେବୃଆରୀ ୨୦୨୫ରେ, ୩୪୩ଟି ଟ୍ରେନ୍ ଚଳାଚଳ କରିଛି । ସେସବୁ ଟ୍ରେନରେ ୧୪.୬୮ ଲକ୍ଷରୁ ଅଧିକ ଯାତ୍ରୀ ଥିଲେ। ଭାରତୀୟ ରେଳବାଇ ଦ୍ୱାରା ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ନିରନ୍ତର ପ୍ରଦାନ କରାଯାଉଛି । ଏଥିରେ ସ୍ୱତନ୍ତ୍ର ବୁଲେଟିନ, ମହାକୁମ୍ଭ ଅଞ୍ଚଳ ହୋଲ୍ଡିଂ ଜୋନ୍, ରେଳ ଷ୍ଟେସନ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଆଉଟଲେଟ ଅନ୍ତର୍ଭୁକ୍ତ ।ଯାତ୍ରୀମାନଙ୍କର ସୁବିଧା ପାଇଁ ପ୍ରୟାଗରାଜ ଷ୍ଟେସନ ନିକଟରେ ୫ହଜାର ଲେଖାଏଁ କ୍ଷମତା ଥିବା ୪ଟି ହୋଲ୍ଡିଂ ଏରିଆ କାର୍ଯ୍ୟକ୍ଷମ ହୋଇଛି । ଏହାବ୍ୟତୀତ, ମାଘୀ ପୂର୍ଣ୍ଣିମା ଅବସରରେ ଖୁସରୋବାଗରେ ୧ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ଏକ ନୂତନ ହୋଲ୍ଡିଂ କ୍ଷେତ୍ର ଆଜି କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ରହିବା, ଭୋଜନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା ଅପେକ୍ଷା କରୁଥିବା ଯାତ୍ରୀମାନେ ଟ୍ରେନରେ ଚଢିବା ପର୍ଯ୍ୟନ୍ତ ଆରାମରେ ରହିପାରିବେ।ସମସ୍ତ ଯାତ୍ରୀଙ୍କୁ କେବଳ ସରକାରୀ ଉତ୍ସରୁ ସୂଚନା ଗ୍ରହଣ କରିବାକୁ ଏବଂ କୌଣସି ଅସତ୍ୟ ରିପୋର୍ଟ ଏବଂ ବିଭ୍ରାନ୍ତିକର ସୂଚନା ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି।

Smart Computer Ad
You might also like
error: Content is protected !!