କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଡାଭୋସଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍ ୨୦୨୫ରେ ଅଂଶଗ୍ରହଣ କରିବେ
ଭୁବନେଶ୍ୱର,(ପି.ଆଇ.ବି):- ସାମଗ୍ରିକ ଅଭିବୃଦ୍ଧି ଏବଂ ଡିଜିଟାଲ ରୂପାନ୍ତରଣ ଲାଗି ଭାରତର ଲକ୍ଷ୍ୟ ଡବ୍ଲ୍ୟୁଇଏଫ୍ ୨୦୨୫ରେ ପ୍ରମୁଖ ପ୍ରସଙ୍ଗ ରହିବକେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଡାଭୋସଠାରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ) ୨୦୨୫ରେ ଅଂଶଗ୍ରହଣ କରିବେ । ତାଙ୍କର ଏହି ଗସ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ସାମଗ୍ରିକ ଏବଂ ପରିବର୍ତ୍ତନମୂଳକ ବିକାଶକୁ ଆଗେଇ ନେବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।ଭାରତର ସମାବେଶୀ ବିକାଶ ମଡେଲଡାଭୋସ ଯିବା ପୂର୍ବରୁ ଶ୍ରୀ ବୈଷ୍ଣବ ସମାଜର ସମସ୍ତ ବର୍ଗ, ବିଶେଷ କରି ବଞ୍ଚିତ ବର୍ଗଙ୍କର ବିକାଶ ସୁନିଶ୍ଚିତ କରିବା ପାଇଁ ଭାରତର ପ୍ରମୁଖ ପ୍ରୟାସଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, “ଭାରତର ପ୍ରଧାନମନ୍ତ୍ରୀ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି, ଯାହା ସମାଜର ସବୁଠାରୁ ଅବହେଳିତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣଠାରୁ ଆରମ୍ଭ କରି ଶୌଚାଳୟ, ଗ୍ୟାସ୍ ସଂଯୋଗ ଓ ଟ୍ୟାପ୍ ପାଣି ଭଳି ଅତ୍ୟାବଶ୍ୟକ ସେବା ଯୋଗାଇବା ଏବଂ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଭିତ୍ତିଭୂମିରେ ଉନ୍ନତି ଆଣିବା ପର୍ଯ୍ୟନ୍ତ, ସମଗ୍ର ବିଶ୍ୱ ଏଗୁଡ଼ିକ ସଂପର୍କରେ ଜାଣିବାକୁ ଚାହୁଁଛି।“ବିଶ୍ୱ ଅର୍ଥନୈତିକ ଫୋରମରେ ସାମଗ୍ରିକ ବିକାଶ, ସାମାଜିକ, ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକରଣ ଉପରେ ବ୍ୟାପକ ଆଲୋଚନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଚର୍ଚ୍ଚାରେ ଭାରତର ଡିଜିଟାଲ ବିପ୍ଳବବିଶ୍ୱ ଅର୍ଥନୈତିକ ଫୋରମ୍ ୨୦୨୫ରେ ଯୋଗଦେବା ଲାଗି ଡାଭୋସ ଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ପରିବର୍ତ୍ତନଶୀଳ ଡିଜିଟାଲ୍ ଯାତ୍ରା ପ୍ରତି ବିଶ୍ୱର ଆଗ୍ରହ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଆର୍ଥିକ ନୀତି, ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦ୍ୱାରା ଆସିଥିବା ଡିଜିଟାଲ ପରିବର୍ତ୍ତନ ଏବଂ ସମାଜର ସବୁ ବର୍ଗର ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜିର ଗଣତାନ୍ତ୍ରିକରଣ କିପରି କରାଯାଉଛି ତାହା ବୁଝିବାକୁ ବିଶ୍ୱ ଆଗ୍ରହୀ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।ଡିଜିଟାଲ୍ ଇଣ୍ଡିଆ ଅଭିଯାନର ଏକ ଅଂଶ ଭାବରେ, ବିକଶିତ ଦେଶର ନୂତନ ଡିଜିଟାଲ୍ ଭିତ୍ତିଭୂମି ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୋଗ ପାଇଁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିଛି, ଯାହା ଏହି ସମ୍ମିଳନୀରେ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ।ଡବ୍ଲ୍ୟୁଇଏଫ୍ ୨୦୨୫ରେ ଭାରତର ଅଂଶଗ୍ରହଣର ଉଦ୍ଦେଶ୍ୟ ଭାଗିଦାରୀକୁ ସୁଦୃଢ଼ କରିବା, ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିରନ୍ତର ବିକାଶ ଓ ବୈଷୟିକ ଉଦ୍ଭାବନ କ୍ଷେତ୍ରରେ ଦେଶକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରିବା ।
