ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,(ପି.ଆଇ.ବି):- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର । ଶ୍ରୀ ମୋଦୀ କହିଛନ୍ତି, “ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।”ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:“ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର ଭାବେ ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ରହିଛି । ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଆତ୍ମନିର୍ଭର ଭାରତ ନିର୍ମାଣରେ ଇସ୍ପାତ କ୍ଷେତ୍ରର ମହତ୍ୱକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।”

You might also like
error: Content is protected !!