ଆଜି ଉଦଘାଟନ ହେଉଥିବା ପ୍ରକଳ୍ପ ଗୁଡ଼ିକ ଦିଲ୍ଲୀର ଜନସାଧାରଣଙ୍କୁ ସଶକ୍ତ କରିବାକୁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,ପିଆଇବି:-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆଜି ଯେଉଁ ସବୁ ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରାଯାଉଛି, ସେଗୁଡ଼ିକ ଦିଲ୍ଲୀର ଜନସାଧାରଣଙ୍କୁ ସଶକ୍ତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:“ଦିଲ୍ଲୀର ଜନସାଧାରଣଙ୍କୁ ଅଧିକ ସୁବିଧା ଏବଂ ଗୁଣମାନର ଜୀବନଶୈଳୀ ପ୍ରଦାନ କରିବା ଆମର ଅତୁଟ ପ୍ରତିବଦ୍ଧତା । ଏହା ଆଜି ଉଦଘାଟନ ହେଉଥିବା ପ୍ରକଳ୍ପ ଗୁଡ଼ିକରୁ ଏହା ପରିଲକ୍ଷିତ ହେଉଛି ।”