ପିସ୍ତଲ ସହ ୪ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବୈଦ୍ୟନାଥପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି l ରଙ୍କ ଗଜେନ୍ଦ୍ର (୨୮), ଭଗବାନ୍ ବିଶୋଇ, କାହ୍ନୁ ଚରଣ ଜେନା,ପ୍ରସାନ୍ତ ଗଜେନ୍ଦ୍ର କୁ ପୋଲିସ ଗିରଫ କରିଥିବା କହିଛି l 4 ଟି ଗୁଳି ,ଓ ପିସ୍ତଲ ଜବତ କରିଛି l ପୋଲିସ ବିଭିନ୍ନ ସ୍ଥାନରେ ରାତ୍ରି ପାଟ୍ରୋଲିଂ କରିବା ସମୟରେ ଜାଲରେ ପଡ଼ିଛନ୍ତି। ନୂଆ ବସ୍ ଷ୍ଟାଣ୍ଡ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ସମୟରେ ଚାରି ଜଣ ଲୁଚି ରହିଥିବା ପୋଲିସ ଦେଖିଥିଲା l ସନ୍ଦେହ ହେବାରୁ କ୍ୟାବିନ ନିକଟକୁ ଯାଇଥିଲା l ପୋଲିସକୁ ଦେଖି ଲୁଚି ରହିଥିବା ସନ୍ଦିଗ୍ଧ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ,ପୋଲିସ ତିନି ଜଣଙ୍କୁ ଧରିଥିଲା ​​ବେଳେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି l

You might also like
error: Content is protected !!