ନୟାଗଡ଼ ( ପ୍ରଭାକର ଶିରୋମଣି) :-
ଜଗନ୍ନାଥ ସଂସ୍କୃତିର ମୂଳ ପୀଠ ତଥା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ କଣ୍ଟିଲୋ ରେ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ପୀଠ। ଗୁରୁବାର ନୂଆବର୍ଷ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡ଼ ପ୍ରିୟଙ୍କା ମାରାଣ୍ଡି ଓ ତାଙ୍କ ସପରିବାର ମଧ୍ୟାହ୍ନ ୧ ଟା ସମୟରେ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ ପାଇଁ କଣ୍ଟିଲୋ ପୂର୍ତ୍ତବିଭାଗ ଡାକବଙ୍ଗଳା ପହଁଚିଥିଲେ। ତାଙ୍କର ଗସ୍ତ ପୂର୍ବରୁ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ.ସୁଶ୍ରୀ, ଏଡିମ ରୋଜିନା ଦାସ, ଏସଡିପିଓ ମଦନ ମୋହନ ପ୍ରଧାନ, ଖଣ୍ଡପଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ବିଡ଼ିଓ ଅଙ୍କୁର ଅଭିଳାଷ ଓ ତହସିଲଦାର ବିଶ୍ଵ ବିସ୍ତୃତ ତ୍ରିପାଠୀ ଙ୍କ ସମସ୍ତେ ଉପସ୍ଥିତ ରହି ଶ୍ରୀମତୀ ମାରାଣ୍ଡି ଙ୍କୁ ପଶ୍ଚିମ ଦ୍ଵାର ରାସ୍ତା ଦେଇ ମନ୍ଦିର କୁ ନେଇଥିଲେ l ମନ୍ଦିର ଉପରେ ମହାପ୍ରଭୁଙ୍କ ଦର୍ଶନ ସହିତ ସିଦ୍ଧେଶ୍ୱର ମହାଦେବ,ମା ବିମଳା ସାକ୍ଷୀ ଗୋପିନାଥ, ମାସରସ୍ଵତୀ,ମାମହାଲକ୍ଷ୍ମୀ,ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ପୂଜକ ସମାଜ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ଶ୍ରୀନୀଳମାଧବଙ୍କ ଫଟୋ ଚିତ୍ର ପ୍ରଦାନ କରିଥିଲେ। ମନ୍ଦିର ପରିକ୍ରମା କରିବା ପରେ ଫଟୋ ସେସନ୍ କାର୍ଯ୍ୟକ୍ରମ ପରେ ମହାବୀର ହନୁମାନଙ୍କୁ ଦର୍ଶନ କରିବା ସହିତ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ଦେଖି ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ। ମନ୍ଦିର ବିକାଶ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକ ସମାଜ,ସେବାୟତ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ମନ୍ଦିର ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଠାକୁରଙ୍କ ଦର୍ଶନ କରି କଣ୍ଟିଲୋ ହାତତିଆରି କଂସା ବାସନ ଦେଖି ବହୁତ୍ ଖୁସି ବ୍ୟକ୍ତ କରିଥିଲେ । ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ କଣ୍ଟିଲୋ କଂସା ବାସନ ଓ କଣ୍ଟିଲୋ ପିତଳ ହାତ ତିଆରି ଜଗନ୍ନାଥ ମୂର୍ତ୍ତି ଓ ଅନ୍ୟାନ୍ୟ କଂସା ବାସନ ଜିନିଷ କଣ୍ଟି�