ବାଲିଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ବାଲିଗୁଡା: ୦୮/୧୨ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ପଦ୍ମଲୋଚନ ପଣ୍ଡା ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ବାଲିଗୁଡା ବ୍ଲକ ର ୩୮ ଟି ବିଦ୍ୟାଳୟ ର ୧୦୧ ଜଣ ଛାତ୍ର ଛାତ୍ରୀ କୁଇଜ ରେ

ବାଲିଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ବାଲିଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତାବାଲିଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ଭାଗ ନେଇଥିଲେ l କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି ପ୍ରତିଯୋଗିତା ରେ ବ୍ଲକର ବରିଷ୍ଠ ପ୍ରଧାନ ଶିକ୍ଷକ ଶିଶିର କାନ୍ତ ପଣ୍ଡା, ଶିଶିର କାନ୍ତ ଦାସ, ଶ୍ରୀଧର ସାହୁ ଏବଂ ସିଆରସିସି ଗାୟତ୍ରୀ ପାଳଙ୍କ ସମେତ ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!