ଦୁଇ ବିଦ୍ୟାଳୟର ମିଳିତ ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ 

ନୟାଗଡ(ପ୍ରଭାକର ଶିରୋମଣି):-

 ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ବିଦ୍ୟାପୀଠ ଓ କୁଞ୍ଜବିହାରୀ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯୭୫ ମସିହା ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ମିଳିତ ସହଯୋଗରେ ରବିବାର ପଥର ଚକଡା ସ୍ଥିତ ମା ‘ ନାରାୟଣୀଙ୍କ ପୀଠ ପରିସରରେ ସୂବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି l                      ଆୟୋଜିତ ଏହି ଉତ୍ସବ ପାଳନ ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ ଓ ସମସ୍ତ ପରିବାର ଏକାଠି ବସି ଦୀର୍ଘ ଅତୀତର ସ୍ମୃତି ଚାରଣ କରିଥିଲେ l ଏହି ମିଳିତ ସଭାରେ ସଭାପତି କିଶୋର ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲା ବେଳେ ଅଶୋକ କୁମାର ମିଶ୍ର ସଂଯୋଜନା କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବେ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର କାଣ୍ଟି ଯୋଗ ଦେଇଥିଲା ବେଳେ ବର୍ତ୍ତମାନ ଥିବା କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା , ପୁର୍ବତନ ଶିକ୍ଷକ ସୁଦର୍ଶନ ସାହୁ, କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ବାସନ୍ତୀ ପଣ୍ଡା , ଉପ ସଭାପତି ଲକ୍ଷ୍ମୀ ପ୍ରିୟା ସାହୁ ଓ ସରପଞ୍ଚ ଶ୍ରୀୟା ରାଣୀ ବେହେରା ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଓ ସୁକାନ୍ତ କୁମାର ମିଶ୍ର ଯୋଗ ଦେଇ ନିଜ ଗ୍ରାମର ବିକାଶ ଦିଗରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ତଥା ଆଜିର ନାଗରିକ ଧ୍ୟାନ ଦେବାପାଇଁ ଉପସ୍ଥିତ ୧୯୭୫ ବ୍ୟାଚ ପରୀକ୍ଷାର୍ଥୀ ମାନଙ୍କୁ ଅନୁରୋଧ କରିଥିଲେ l ଏହି ଅବସରରେ ୧୯୭୫ ବ୍ୟାଚ ପକ୍ଷରୁ ନୀଳମାଧଵ ବିଦ୍ୟାପୀଠ ଓ କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ମନୁମେଣ୍ଟ ଉପହାର ଦେବା ସହିତ ଉତ୍ତରୀୟ ଦେଇ ମିଳିତ ସଂଘ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥି ସହିତ ୧୯୭୫ ବ୍ୟାଚ ଉଭୟ ଛାତ୍ର ଛାତ୍ରୀ ଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରସ୍ତୁତ ହୋଇଥିବା ” ମାଧବ କୁଞ୍ଜ “ମାଗାଜିନ କୁ ଅତିଥିମାନେ ଉନ୍ମୋହନ କରି ଲୋକାର୍ପଣ କରିଥିଲେ l                ଏହି ପରିପ୍ରେ�

You might also like
error: Content is protected !!