ଶ୍ରୀକର ଭଞ୍ଜ ଓପେନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ

ବୁଗୁଡା,(ସୋରେନ କୁମାର ପ୍ରଧାନ):-

ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୁଲ୍ୟ ରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ ସ୍ୱେଚ୍ଛାସେବୀ ଛାତ୍ରୀ ମାନଙ୍କ ପକ୍ଷରୁ ସୈନିକ ଭାଇମାନଙ୍କ ପାଇଁ ରାକ୍ଷୀ ପଠାଇବା ବ୍ୟବସ୍ଥା ହୋଇଛି। ୨୫/୦୭/୨୫ ତାରିଖ ଶୁକ୍ରବାର ଦିନ ଭାରତ ସ୍କାଉଟସ ଓ ଗାଇଡ୍ସ ପକ୍ଷରୁ ମିଳିତ ଭାବେ ନିଜ ହାତରେ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ରାକ୍ଷୀ ବନାଇବା ସହିତ ଧାନ, ଚାଉଳ,ଧନିଆ ଭଳି ବିଭିନ୍ନ ସାମଗ୍ରୀରେ ରାକ୍ଷୀ ବନାଇ ଆଜି ସକାଳ ସମୟରେ ବୁଗୁଡା ଶ୍ରୀ ବଳଦେବଜୀଉ ମନ୍ଦିରକୁ ଯାଇ ସୈନିକ ଭାଇ ମାନଙ୍କ ଦୀର୍ଘାୟୁ କାମନା କରି ରାକ୍ଷୀ ଗୁଡିକୁ ପୂଜାର୍ଚ୍ଚନା କରିଥିଲେ।ଏହାପରେ ପୋଷ୍ଟରେ ରାକ୍ଷୀ ଗୁଡିକ ସୈନିକ କାର୍ଯ୍ୟାଳୟକୁ ପଠାଯିବ। ସେଠାରେ ରାକ୍ଷୀପୂର୍ଣ୍ଣିମା ଦିନ ସୈନିକ ଭାଇ ମାନେ ଲିନା କୁମାରୀ ଗୌଡ଼,ପୁଷ୍ପା ପାତ୍ର,ରଚନା ମୁଳି, ରଶ୍ମିତା ଗୌଡ଼,ଝରନା ବେହେରା, ସୃତିମୟୀ ସାହୁ,ଲିଜାରାଣୀ ଗୌଡ଼,ବର୍ଷାରାଣୀ ମହାରଣା ଭଉଣୀ ମାନଙ୍କ ଦ୍ବାରା ପଠା ଯାଇଥିବା ରାକ୍ଷୀ ପିନ୍ଧିବେ ।

You might also like
error: Content is protected !!