ବିଜୁ ଟ୍ରଫି” ଉଦଯାପିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଜୁ ଟ୍ରଫି ଶେଷ ହୋଇଛି l ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଚାଲିଥିଲା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ l ବିଜୟୀ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଛି। ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ବ୍ରହ୍ମପୁର ମହାନଗର ନିଗମ ର କର୍ପୋରେଟର ବିଜେଡି ର ବରିଷ୍ଠ ନେତା ସୁବାସ ମହାରଣା ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। କ୍ରୀଡାକୁ ଶୋଭନ ନାୟକଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ l

You might also like
error: Content is protected !!